• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ତାର ଅଦ୍ଵିତୀୟ କାଠ ଖୋଦାଇ ମୂର୍ତି କାମ ପାଇଁ ପ୍ରାସିଦ୍ଧ । ଏଠାରେ ମୁଖ୍ୟତଃ ସାଗୁଆନ କାଠ ଗଣ୍ଡି ଓ ଚେର ରୁ ସୁନ୍ଦର ସୁନ୍ଦର ମୂର୍ତି ଓ ପ୍ରତିମୂର୍ତି ସବୁ ତିଆରି କରା

ଲକ୍ଷ୍ମୀ ଓ ଶ୍ରୀ ଗଣେଷ ଙ୍କ କାଠ ଖୋଦାଇ ପ୍ରତିମୂର୍ତି

 ଯାଇଥାଏ ।

ଯଥା ଗଣେଷ , ଲକ୍ଷ୍ମୀ , ଗଣ୍ଡାର ,ହାତୀ , ଷଣ୍ଢ ଇତ୍ୟଦି  ବହୁ ପ୍ରକାର କାଠ ମୂର୍ତି । ରାଜ୍ୟ ଓ ରାଜ୍ୟ ବାହାର କୁ ଏହି ସବୁ ମୂର୍ତି ର ରପ୍ତାନି ମଧ୍ୟ ହୋଇଥାଏ ।

ଶ୍ରୀକୁଷ୍ଣ ଙ୍କ ଓ ଏକ ଆଧୁନିକ କାଠ ଖୋଦାଇ ମୂର୍ତି

 

ଏହି ଖୋଦାଇ କାମ ପ୍ରଶିଖିତ କଳାକାର ଙ୍କ ଦ୍ଵାରା ହୋଇଥାଏ । ମୁଖ୍ୟତଃ ଖାଇରପଦର , ଧର୍ମଗଡ , ରେଙ୍ଗାଲପାଲ୍ଲୀ , ଜୟପାଟଣା ଓ ଭବାନୀପାଟଣା ଭଳି ଜାଗାରେ ଏହି କାମ ଦେଖିବାକୁ ମିଳେ ।

 

ପ୍ରସିଦ୍ଧ କଳାହାଣ୍ଡି ଜିଲ୍ଲା ର ହାତୀ କାଠ ଖୋଦାଇ ପ୍ରତିମୂର୍ତି
ପ୍ରସିଦ୍ଧ କଳାହାଣ୍ଡି ଜିଲ୍ଲା ର ହାତୀ କାଠ ଖୋଦାଇ ପ୍ରତିମୂର୍ତି

 

ପୋଡା ମାଟି ମୂର୍ତି କାମ

ପୋଡା ମାଟି ମୂର୍ତି କାମ ରେ ଘୋଡା ଯୁଗଳ
ପୋଡା ମାଟି ମୂର୍ତି କାମ ରେ ଘୋଡା ଯୁଗଳ

 

ଟେରାକୋଟା ବା କୁମ୍ଭାର ଙ୍କ ଦ୍ଵାରା ପୋଡା ମାଟି ମୂର୍ତି । ପାରମ୍ପାରିକ ଅନୁସାରେ ଓଡିଶା ରେ ସାଧାରଣତଃ ଦେବୀ ପୀଠରେ ଟେରାକୋଟା ମୂର୍ତି ସବୁ ଦେଖିବାକୁ ମିଳିଥାଏ ।

ଗଣେଷ ଙ୍କ ଟେରାକୋଟା ମୂର୍ତି
ଗଣେଷ ଙ୍କ ଟେରାକୋଟା ମୂର୍ତି

 

ପାରମ୍ପରିକ ସହିତ ଆଧୁନିକ ମୂର୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

 

ପଥର ଖୋଦାଇ କାମ

 

ଗଣେଷ ଙ୍କ ପଥର ଖୋଦାଇ ସନ୍ଦର ପ୍ରତିମୂର୍ତି
ଗଣେଷ ଙ୍କ ପଥର ଖୋଦାଇ ସନ୍ଦର ପ୍ରତିମୂର୍ତି

ପଥର ଖୋଦାଇ କାମ କଳାହାଣ୍ଡି ର ଗୋଟିଏ ମୁଖ୍ୟ ଶିଳ୍ପ । କନ୍ଧଗୁଡା ନାମକ ଏକ ସାହି ଯେଉଁଥିରେ ପ୍ରାୟ ୬୦ ପାରିବାରିକ କୌଳିକ ବୃତ୍ତି ଦ୍ଵାରା କିମ୍ବା ତାଲିମ ପ୍ରାପ୍ତ କାରିଗର ଏହି କାମ କରିଥାନ୍ତି । ସେମାନେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତି ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ମଧ୍ୟ କରିଥାନ୍ତି ।

 

ବିଷ୍ଣ ଙ୍କ ପଥର ଖୋଦାଇ ସନ୍ଦର ପ୍ରତିମୂର୍ତି
ବିଷ୍ଣ ଙ୍କ ପଥର ଖୋଦାଇ ସନ୍ଦର ପ୍ରତିମୂର୍ତି

ପାରମ୍ପରିକ ସହିତ ଆଧୁନିକ ମୂର୍ତି ଓ ଘରୋଇ ଉପକରଣ ସବୁ ତିଆରି ହୋଇଥାଏ ।

 

 

 

 

 

 

 

 

 

ବାଉଁଶ ଶିଳ୍ପ କାମ

ବାଉଁଶ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ହସ୍ତ ଶିଳ୍ପ କମ
ବାଉଁଶ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ହସ୍ତ ଶିଳ୍ପ କମ

ବାଉଁଶ କେବଳ ଯେ ମଜୁଭୂତ ଓ ହାଲୁକା ପାଇଁ ପ୍ରସିଦ୍ଧ ନୁହେଁ , ଏହା ପରିବେଶ ମିତ୍ର ମଧ୍ୟ ଅଟେ । ନର୍ଲା, କର୍ଲାପାଟ ର ବାଉଁଶ ଶିଳ୍ପୀ ମାନେ ବିଭିନ୍ନ ଘରୋଇ ଉପକରଣ ଓ ଘର ସଜାଇବା ଜିନିଷ ବାଉଁଶ ରେ କରିଥାନ୍ତି । ଚୂଡ଼ା ପାହାଡ ର ପାଦ ଦେଶରେ ଥିବା ପହରିଆ ପଡା ର ଅଧିବାସୀ ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି କରନ୍ତି । ଏହା ଏହି ଅଧିବାସୀ ମାନଙ୍କ କୌଳିକ ବୃତ୍ତି ।

ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି , ଅଧିବାସୀ ମାନଙ୍କ କୌଳିକ ବୃତ୍ତି
ବାଉଁଶ କୁ ନେଇ ବିଭିନ୍ନ ଉପକରଣ ପ୍ରସ୍ତୁତି , ଅଧିବାସୀ ମାନଙ୍କ କୌଳିକ ବୃତ୍ତି
ଏକ ସାପ୍ତାହିକ ହାଟ ରେ ବାଉଁଶ ନିର୍ମିତ ନିତ୍ୟ ବ୍ୟବହାର ଉପକରଣ ଗୁଡିକ ର ବିକ୍ରି ।
ଏକ ସାପ୍ତାହିକ ହାଟ ରେ ବାଉଁଶ ନିର୍ମିତ ନିତ୍ୟ ବ୍ୟବହାର ଉପକରଣ ଗୁଡିକ ର ବିକ୍ରି ।